କୋଟି ଓଡିଆଙ୍କ ମଉଡମଣିଙ୍କୁ ଏମିତି ଅବସ୍ଥା !
by Argus News
Sun, Aug 11 | 2:11 p.m.

ଖୋର୍ଦ୍ଧା: ଏ ଦୃଶ୍ୟ ଦେଖିଲେ ଯେତିକି ଦୁଃଖ ଲାଗୁଛି ମନକୁ ସେତିକି ବ୍ୟଥିତ କରୁଛି । ରଥଯାତ୍ରା ସରିବାକୁ ମାସେ ପୁରିବାକୁ ବସିଲାଣି । ହେଲେ ଏଠି ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ଫେରିପାରୁ ନାହାନ୍ତି । ଖରା...ବର୍ଷାରେ ରହୁଛନ୍ତି । ଅଖିଆ ଅପିଆ ପଡିଛନ୍ତି । 

 

ହେଲେ ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏ ଅବସ୍ଥା ...ଏମିତି ଅବସ୍ଥା କିଏ କଲା । ଏମିତି ରଥରେ ମହାବାହୁ କାହିଁକି ପଡିଛନ୍ତି....ଏ ସବୁ ପ୍ରଶ୍ନ ମନରେ ତ ଆସୁଛି ହେଲେ ଠାକୁରଙ୍କ ଏ ଅବସ୍ଥା ଦେଖିଲେ କାନ୍ଦ ଲାଗୁଛି ।  

ମନ୍ଦିରରୁ ପହଁଣ୍ଡି ହୋଇ ରଥଯାତ୍ରାରେ ଗଲେ । ହେଲେ ନୀଳାଦ୍ରି ବିଜେ ନହୋଇ ସେହିଭଳି ରଥାରୂଢ ହୋଇ ରହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ , ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଠାକୁରଙ୍କ ନୀଳାଦ୍ରି ବିଜେ ହୋଇ ପାରିଲା ନାହିଁ, ଅଖିଆ-ଅପିଆ ପଡି ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।  ଏପରିକି ପୂଜାର୍ଚ୍ଚନା ମଧ୍ୟ ହେଉନାହିଁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ଦେଖିବାକୁ ମିଳିଛି । ଯାହାକି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି ।

 ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ରହିଛି ପତିତପାବନଙ୍କ ମନ୍ଦିର । ଆଉ ଏହି ମନ୍ଦିରରେ ଦୀର୍ଘଦିନ ଧରି ପୂଜା ପାଇଆସୁଛନ୍ତି ଏହି ବିଗ୍ରହ । ରଥଯାତ୍ରା ବେଳେ ଗାଁର କେତେକ ଯୁବକ ରଥଯାତ୍ରା ପାଳନ କରୁଥିଲେ । ଆଉ ସେହି ରଥଯାତ୍ରାରେ ଏହି ବିଗ୍ରହ ସ୍ଥାନ ପାଇଥିଲେ । ରଥଯାତ୍ରା ସରିବା ପରେ ମନ୍ଦିର ପୂଜକ ଏହି ବିଗ୍ରହଙ୍କୁ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ସେହି ଯୁବକ ମାନଙ୍କୁ କହିଲେ । ମାତ୍ର ପୂଜକଙ୍କ କେହି କର୍ଣ୍ଣପାତ କଲେ ନାହିଁ । ଏପରିକି ପୂଜକଙ୍କୁ ବିଗ୍ରହଙ୍କ ପୂଜାର୍ଚ୍ଚନା ଖର୍ଚ୍ଚ ବ୍ୟବସ୍ଥା ଦେନେ ନାହିଁ । ତେଣୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦେଲେ ପୂଜକ । ସେହି ଦିନ ଠାରୁ ଠାକୁର ଖରାବର୍ଷାରେ ସେହି ଭଳି ରଥାରୂଢ ହୋଇ ରହିଛନ୍ତି ।

କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କ ବିନା ନିର୍ଦେଶରେ ପତ୍ରଟିଏ ବି ହଲେନି । ହେଲେ ମହାପ୍ରଭୁଙ୍କ ଏହି ଚିତ୍ର ଏବେ ସମସ୍ତଙ୍କ ମନକୁ କୋଠର ଆଘାତ ପହଞ୍ଚାଇଛନ୍ତି । ଯେମିତି ଲାଗୁଛି ମଣିଷମାନଙ୍କ ବିବାଦରେ ଠାକୁର ବଳି ପଡିଯାଇଛନ୍ତି । ନା ଫୁଲ ଚନ୍ଦନ ଟିକକ ମିଳୁଛି ନା ପାଣି ଢାଳଟିଏ ଥୁଆ ହେଉଛି । ଏମିତି ଆଉ କେତେ ଦିନ ମହାପ୍ରଭୁ ଅଖିଆ ଅପିଆ ରହିବେ । ତାହା ଏବେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଛି । 
 

SURESH PUJARI
ସର୍କିଟ ହାଉସଠାରେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସର୍କିଟ ହାଉସଠାନେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କର ସମୀକ୍ଷା ବୈଠକ । ବୈଠକନେ ଜ଼ିଲ୍ଲା ପ୍ରଶାସନର ସବୁ ଅଧିକାରୀ ସାମିଲ । ଜ଼ିଲ୍ଲାର ଧାନ ଠୁ
ଯୋଗାଣ ବିଭାଗ
ମଣ୍ଡି ବ୍ୟତୀତ ବାହାରେ ଧାନ କିଣିଲେ ହେବ କଡା ଆକ୍ସନ
ଅର୍ଗସ ବ୍ୟୁରୋ: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମ୍ ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲେ ଯୋଗାଣ ବିଭାଗ । ବିଭାଗୀ
VILLAGER
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ
ଅର୍ଗସ ବ୍ୟୁରୋ: ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତ
ସୁଭଦ୍ରା ଯୋଜନା
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପର
ଜେଲ୍
ଜେଲ୍ ଗଲେ ଲଲ
ଅର୍ଗସ ବ୍ୟୁରୋ: ବବିଙ୍କ ଭାଇ ଲଲ ଗିରଫ ପରେ ଜେଲ ଗଲେ । ଜେଲ ଗଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଓରଫ୍ ଲଲ । SDJMଙ୍କ ହାଜର ପରେ ଜେଲ ଗଲେ । ଗିରଫ ପରେ SDJM ପାଖର